ମୋଦିଜୀ କହୁଥିଲେ ଗୋଟିଏ ବି ଭ୍ରଷ୍ଟାଚାରୀ ଛାଡିବେ ନାହିଁ, ସବୁ ଭ୍ରଷ୍ଟାଚାରୀଙ୍କୁ ଏବେ ବିଜେପିରେ ମିଶାଇଦେଲେ: ହାର୍ଦିକ ପଟେଲ


ଗୁଜୁରାଟର ପଟିଦାର ନେତା ହାର୍ଦିକ ପଟେଲ ବିଜେପି ଉପରେ ପୁଣି ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି କି ମୋଦିଜୀ ୨୦୧୪ ପୂର୍ବରୁ କହୁଥିଲେ ଦେଶର ଗୋଟିଏ ବି ଭ୍ରଷ୍ଟାଚାରୀ ନେତାଙ୍କୁ ଛଡାଯିବା ନାହିଁ ସମସ୍ତଙ୍କୁ କାଠଗଡାକୁ ଅଣାଯିବ, ମାତ୍ର ଏବେ ୨୦୧୪ ପରେ ମୋଦୀ ତାହା ଭୁଲି ଯାଇ ଅନ୍ୟଦଳରେ ଥିବା ଭ୍ରଷ୍ଟାଚାରୀ ନେତା ବା ଅନ୍ୟ ଦଳରୁ ବିତାଡିତ ନେତାଙ୍କୁ ଏବେ ନିଜ ଦଳରେ ସାମିଲ କରୁଛନ୍ତି । ସେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ନେତା ତଥା ଚିଟଫଣ୍ଡରେ ସମ୍ପୃକ୍ତ ମୁକୁଲ ରାୟଙ୍କ ବିଜେପିରେ ଯୋଗଦାନ ବିଷୟରେ ତାଙ୍କ ଟ୍ଵିଟରରେ ଉଲେଖ କରିଛନ୍ତି ।

  ନୋଟବନ୍ଦୀକୁ ନେଇ ମଧ୍ୟ ହାର୍ଦିକ ବିଜେପିକୁ ଟାର୍ଗେଟ କରିଛନ୍ତି । ନୋଟବନ୍ଦୀ ଯୋଗୁଁ ଅର୍ଥନୀତିରେ ପ୍ରଭାବ ପଡିବା ଏବଂ ବେରୋଜଗାରୀ ବଢିବା ଉପରେ ସେ ଟ୍ଵିଟ କରିଛନ୍ତି । ନୋଟବନ୍ଦୀ ସମୟରେ ୧୦୦ରୁ ଊର୍ଦ୍ଧ୍ଵ ଲୋକଙ୍କ ଜୀବନ ହାନି ହେବା ସତ୍ବେ ବିଜେପି  ନଭେମ୍ବର ୮ ତାରିଖକୁ ଏକ ଉତ୍ସବ ରୂପେ ପାଳନ କରିବା ବାସ୍ତବରେ ଦୁଖଦାୟକ ବୋଲି ସେ ଟ୍ଵିଟରରେ କହିଛନ୍ତି । ଏବେ ଗୁଜୁରାଟରେ ହାର୍ଦିକଙ୍କ ପ୍ରଭାବ ବଢିବାରେ ଲାଗିଛି ଗୁଜୁରାଟ ନିର୍ବାଚନକୁ ନେଇ । କହିବାକୁ ଗଲେ ଗୁଜୁରାଟ ନିର୍ବାଚନରେ ହାର୍ଦିକ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଚର୍ଚ୍ଚା ଚାଲିଛି ।
ମୋଦିଜୀ କହୁଥିଲେ ଗୋଟିଏ ବି ଭ୍ରଷ୍ଟାଚାରୀ ଛାଡିବେ ନାହିଁ, ସବୁ ଭ୍ରଷ୍ଟାଚାରୀଙ୍କୁ ଏବେ ବିଜେପିରେ ମିଶାଇଦେଲେ: ହାର୍ଦିକ ପଟେଲ ମୋଦିଜୀ କହୁଥିଲେ ଗୋଟିଏ ବି ଭ୍ରଷ୍ଟାଚାରୀ ଛାଡିବେ ନାହିଁ, ସବୁ ଭ୍ରଷ୍ଟାଚାରୀଙ୍କୁ ଏବେ ବିଜେପିରେ ମିଶାଇଦେଲେ: ହାର୍ଦିକ ପଟେଲ Reviewed by Kalinga Express on November 10, 2017 Rating: 5

No comments