ପ୍ରଧାନମନ୍ତ୍ରୀ ମୋଦି ଷ୍ଟେସନରେ ଚାହା ବିକିବାର କୌଣସି ପ୍ରମାଣ ନାହିଁ: Kalinga Express


ସୂଚନା ଅଧିକାର ଆଇନ ବଳରେ ଜଣା ପଡିଲା ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ପିଲାଦିନେ କୌଣସି ରେଲୱେ ପ୍ଲାଟଫର୍ମରେ ହେଉ କିମ୍ବା ଟ୍ରେନରେ କେବେ ଚାହା ବିକ୍ରି କରୁନଥିଲେ । ସୂଚନା ଅଧିକାର ଆଇନରେ ପଚରାଯାଇଥିବା ପ୍ରଶ୍ନରେ ତାହାର କୌଣସି ପ୍ରମାଣ ମିଳିପାରିନାହିଁ ।

  ଜଣେ କଂଗ୍ରେସ ସମର୍ଥକ ତଥା ସକ୍ରିୟ ସାମାଜିକ କର୍ମୀ ତେହସିନ ପୁନାୱାଲା ସୂଚନା ଅଧିକାର ଆଇନ ବଳରେ ରେଲୱେ ବୋର୍ଡକୁ ପଚାରିଥିବା ପ୍ରଶ୍ନରେ ତାହାର ପ୍ରମାଣ ମିଳିପାରିନାହିଁ । ସେତେବେଳର କିଛି ରେଜିଷ୍ଟ୍ରେସନ ନମ୍ବର କିମ୍ବା ଅନ୍ୟ କିଛି ଅଫିସିଆଲ ପାସ କିମ୍ବା ମୋଦିଙ୍କୁ ଷ୍ଟେସନ ବା ଟ୍ରେନରେ ଚାହା ବିକ୍ରି କରିବାର ସୀକୃତି ପ୍ରମାଣପତ୍ରର କିଛି ରେକର୍ଡ ସେ ସୂଚନା ଅଧିକାର ଆଇନ ବଳରେ ଜାଣିବାକୁ ଚାହିଁଥିଲେ । ଯାହାର ସମସ୍ତ ରେକର୍ଡ ପରେ ରେଲୱେ ମିନିଷ୍ଟ୍ରୀ ମଧ୍ୟ ଦେଇପାରିନାହିଁ ବୋଲି ସେ କହିଛନ୍ତି । ସେମିତି କିଛି ସୂଚନା ପର୍ଯ୍ୟଟନ କିମ୍ବା ପରିବେଷଣ ବିଭାଗର ଟିଜି-୩ ବ୍ରାଞ୍ଚ ପାଖରେ ନଥିବା ସେ କହିଛନ୍ତି  ।




Courtesy -HindustanTimes
ପ୍ରଧାନମନ୍ତ୍ରୀ ମୋଦି ଷ୍ଟେସନରେ ଚାହା ବିକିବାର କୌଣସି ପ୍ରମାଣ ନାହିଁ: Kalinga Express ପ୍ରଧାନମନ୍ତ୍ରୀ ମୋଦି ଷ୍ଟେସନରେ ଚାହା ବିକିବାର କୌଣସି ପ୍ରମାଣ ନାହିଁ: Kalinga Express Reviewed by Kalinga Express on November 28, 2017 Rating: 5

No comments