ଅଭିଯୁକ୍ତଙ୍କୁ ଡେରାଡୁନରେ ଥଇଥାନ କରାଇଥିବା ମୁଖ୍ୟ ଲୋକ ଗୋଲକ ନା ଆଉ କିଏ: Kalinga Express


ଗଞ୍ଜାମ ଛତ୍ରପୁର କାଉନସିଲର ଲକ୍ଷ୍ମୀ ପ୍ରଧାନ ହତ୍ୟା କାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ କୃଷ୍ଣଚନ୍ଦ୍ର ନାୟକ ଓ ଦୁର୍ଯ୍ୟଧନ ରେଡି ଉତ୍ତରାଖଣ୍ଡ ଡେରାଡୁନରୁ ଗିରଫ ହେବା ପରେ ଦୁଇ ଷଡଯନ୍ତ୍ରକାରୀଙ୍କୁ ବିଜେପି ନେତା ଗୋଲକ ମହାପାତ୍ର ସହଯୋଗ କରିଥିବା ନେଇ କହିଥିଲେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର । ଗୋଲକଙ୍କ ସହ କୃଷ୍ଣଚନ୍ଦ୍ରଙ୍କର ଫୋନର ବାର୍ତ୍ତାଳପ ସାମନାକୁ ଆସିଥିଲା । ଗୋଲକ ମଧ୍ୟ ଘନଘନ ସାମ୍ବାଦିକ ସମ୍ମିଳନୀ କରି ନିଜ ସପକ୍ଷରେ ମତ ରଖୁଥିଲେ । ଗୋଲକଙ୍କୁ ଜେରା ପାଇଁ ପୋଲିସ ନୋଟିସ କରିବା ପରେ ଗୋଲକ ନିଜର ସଦଳବଳ ନେଇ ଛତ୍ରପୁର ଥାନାରେ ପହଞ୍ଚି ଥିଲେ ପ୍ରଥମ ପର୍ଯ୍ୟାୟ ଜେରା ପାଇଁ । ପୋଲିସର ନୋଟିସ ପାଇବା ପରଠାରୁ ଗୋଲକ ସତେ ଯେମିତି ଗମ୍ଭୀର ଆଉ ନିର୍ବିକାର ହେଇଯାଇଛନ୍ତି । ଆଉ ନାହିଁ ସେ ଟାଣ, ଦଳର ସହଯୋଗ ବି କମି ଗଲା ଭଳି ଲାଗୁଛି । କିନ୍ତୁ ଏସବୁ ସତ୍ଵେ ଏବେ ଚର୍ଚ୍ଚା ଚାଲିଛି କି ସତରେ କଣ ଗୋଲକ ମହାପାତ୍ରଙ୍କର ଏତେ ଲମ୍ବା ହାତ ଅଛି ନା ଏଥିରେ ଆଉ କେଉଁ ଅଦୃଶ୍ୟ ଶକ୍ତି ମୁଖ୍ୟ ଖଳନାୟକର ମୁଖ୍ୟ ଭୂମିକା ଲିଭାଇଛି । 

  ଗୋଲକ ମହାପାତ୍ର ଓଡିଶା ମଧ୍ୟରେ ସୀମିତ । ଓଡିଶା ବିଜେପି ତରଫରୁ ତାଙ୍କୁ ମୁଖପାତ୍ର ହିସାବରେ ଅବସ୍ଥାପିତ କରାଯାଇଛି । ମାତ୍ର ତାଙ୍କର ହାତ ଉତ୍ତରାଖଣ୍ଡର ଡେରାଡୁନ ପର୍ଯ୍ୟନ୍ତ ଲମ୍ବିଛି ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି । ଉତ୍ତରାଖଣ୍ଡ ସରକାରୀ ଗେଷ୍ଟହାଉସରେ ୨୦୪ ନମ୍ବର ରୁମ ଭଡା ଆକାରରେ ନେବା ଗୋଲକଙ୍କ ପକ୍ଷେ ସହଜ ନୁହେଁ । ଏଥିପାଇଁ ଆଉ କେଉଁ ଶକ୍ତି ଓଡିଶାରୁ ଥାଇ କାମ କରିଛି କି ? ଯାହାର ଉତ୍ତରାଖଣ୍ଡ ସରକାରଙ୍କ ସହ ଭଲ ସମ୍ପର୍କ ରହିଛି ଯେଉଁଥିପାଇଁ ସେଠାରେ ଥିବା କିଛି ବ୍ୟକ୍ତି ବିଶେଷଙ୍କ ସାହାଯ୍ୟ ସହଯୋଗ ମିଳିଛି ଅଭିଯୁକ୍ତଙ୍କୁ ? ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଯାହା ଏବେ ଚୁପି ଯାଇଛି ତାହା ହେଉଛି ମୁଖ୍ୟ ଅଭିଯୁକ୍ତ ଦେଇଥିବା ବୟାନରେ ଉତ୍ତରାଖଣ୍ଡର "ଚନ୍ଦୁ", ଯିଏ କି ସମସ୍ତପ୍ରକାରର ସହଯୋଗ କରିଥିଲେ ଅଭିଯୁକ୍ତଙ୍କୁ ଥଇଥାନ କରିବାରେ । ତେବେ ଏ "ଚନ୍ଦୁ" କିଏ ତାହା ଠିକ ରୂପେ ତଦନ୍ତ ହେଲେ ସାମ୍ନାକୁ ଆସିପାରିବ ବୋଲି ଚର୍ଚ୍ଚା ଜୋର ଧରିଛି ।

  ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଛି । କେଉଁଠି ବିଜେପିର ବଡ ବଡ ନେତାଙ୍କୁ ବଞ୍ଚାଇବାକୁ ଗୋଲକଙ୍କ ଭଳି ଛୋଟ ନେତା ମାନେ ଶିକାର ହୁଅନ୍ତି ବୋଲି ଚର୍ଚ୍ଚା ହେଉଛି ତ କେଉଁଠି ଗୋଲକଙ୍କ ମାତ୍ରାଧିକ ଦଳ ପ୍ରେମ ଯୋଗୁଁ ତାଙ୍କୁ ଜାଣିଶୁଣି ବଳି ପକାଯାଇଛି ବୋଲି ଚର୍ଚ୍ଚା ଲାଗିରହିଛି, ଗୋଲକଙ୍କ ସମ୍ପୃକ୍ତି ହେଉ କି ବଡ ନେତାଙ୍କ ସମ୍ପୃକ୍ତି ହେଉ ଏହା ବିଜେପି ପାଇଁ ବିନାଶ ଆଣିଦେଇଛି କହିଲେ ଭୁଲ ହେବନି ବୋଲି କେହି କେହି ମତ ଦେଇଛନ୍ତି ।
ଅଭିଯୁକ୍ତଙ୍କୁ ଡେରାଡୁନରେ ଥଇଥାନ କରାଇଥିବା ମୁଖ୍ୟ ଲୋକ ଗୋଲକ ନା ଆଉ କିଏ: Kalinga Express ଅଭିଯୁକ୍ତଙ୍କୁ ଡେରାଡୁନରେ ଥଇଥାନ କରାଇଥିବା ମୁଖ୍ୟ ଲୋକ ଗୋଲକ ନା ଆଉ କିଏ: Kalinga Express Reviewed by Kalinga Express on November 03, 2017 Rating: 5

1 comment

  1. ଆସାମୀ କଠୋର ଦଣ୍ଡ ଦିଆଯାଉ ।

    ReplyDelete