ସେହି ଚାରି ଜଣ, ଯେଉଁମାନେ ବଦନାମ ଥିଲେ କିନ୍ତୁ ବିଜେପିକୁ ଆସିବା ପରେ ପବିତ୍ର ହେଇଗଲେ: Kalinga Express


ସବୁବେଳେ ନିଜକୁ ଅନ୍ୟ ଦଳ ଠାରୁ ଭଲ ଦଳ ବୋଲି ଦାବି କରୁଥିବା ବିଜେପି ଆଜି ତାହା କରୁଛି ଯାହା ଅନ୍ୟ ରାଜନୈତିକ ଦଳ କରୁଥିଲେ । ଆଜି ବିଜେପିରେ ଦାଗୀ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭ୍ରଷ୍ଟାଚାରୀଙ୍କୁ ଜେଲରେ ପୂରେଇବା ଛାଡି ନିଜ ଦଳରେ ସାମିଲ କରୁଛି ବିଜେପି । ଅନ୍ୟ ଦଳରୁ ବିତାଡିତ ନେତା ଯେଉଁମାନେ କି ବିଭିନ୍ନ ଭ୍ରଷ୍ଟାଚରେ ଲିପ୍ତ ସେଇ ନେତା ମାନଙ୍କୁ ଏବେ ଖୋଜି ଖୋଜି ନିଜ ଦଳରେ ମିଶାଇବା ବିଜେପିର ଅସଲ ଚେହେରାକୁ ସାମ୍ନାକୁ ଆଣିଛି । ଶାସନ କ୍ଷମତାକୁ ଆସିବା ପୂର୍ବରୁ ଦୃଢ କଣ୍ଠରେ ଭ୍ରଷ୍ଟାଚାରକୁ ବିରୋଧ କରୁଥିବା ବିଜେପି ଆଜି ନିଜର ସେ ବିଶ୍ଵସନୀୟତାକୁ ହରେଈ ବସିଛି ସାଧାରଣ ଲୋକଟି ପାଖରେ । ଏମିତି ଅବସ୍ଥା ଆସିଛି କି ବିଜେପି ଆଜି ଅନ୍ୟ ଦଳର ଭ୍ରଷ୍ଟାଚାରୀ ନେତାଙ୍କୁ ନିଜ ଦଳରେ ସାମିଲ କରିବାକୁ ବାଧ୍ୟ ହେଉଛି ଚାହେ ସେ ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସର ମୁକୁଲ ରୟ ହୁଅନ୍ତୁ କି ହିମାଚଳପ୍ରଦେଶ କଂଗ୍ରେସ ନେତା ସୁଖ ରାମ ହୁଅନ୍ତୁ କିମ୍ବା ଆସାମର ହେମନ୍ତ ବିଶ୍ଵ ଶର୍ମା ହୁଅନ୍ତୁ କିମ୍ବା ମହାରାଷ୍ଟ୍ରର ନାରାୟଣ ରାଣେ ହୁଅନ୍ତୁ, ଏହି ସବୁ ଚର୍ଚିତ ଭ୍ରଷ୍ଟାଚାରୀ ଚେହେରାଙ୍କୁ ନିଜ ଦଳରେ ସାମିଲ କରିଛି ବିଜେପି । ସବୁଠାରୁ ମଜାଦାର ବିଷୟ ହେଉଛି ବିଜେପି ନିଜେ ଏହି ନେତା ମାନଙ୍କ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରି ପୂର୍ବରୁ ସଂସଦ ଚଳେଇଦେଇ ନଥିଲା ।

ମୁକୁଲ ରୟ:

ତୃଣମୂଳ କଂଗ୍ରେସର ପୂର୍ବତନ ନେତା ତଥା ସାରଦା ଚିଟଫଣ୍ଡ ସ୍କାମରେ ସମ୍ପୃକ୍ତ ମୁକୁଲ ରୟଙ୍କୁ ବିଜେପି ବିରୋଧ କରୁଥିଲା । ଏବଂ ସିବିଆଇ ମଧ୍ୟ ମୁକୁଲଙ୍କୁ ଚିଟଫଣ୍ଡ ମାମଲାରେ ଜେରା କରିଥିଲା, ମାତ୍ର ପରେ ସେ ବିଜେପିରେ ଯୋଗ ଦେବା ପରେ ତାଙ୍କୁ ୱାଇ ପ୍ଲସ ସୁରକ୍ଷା ଦିଆଯାଇଛି ।

ସୁଖରାମ ଏବଂ ତାଙ୍କ ପୁଅ:

ହିମାଚଳପ୍ରଦେଶର ପୂର୍ବତନ କଂଗ୍ରେସ ନେତା ସୁଖ ରାମ ଦୁରସଞ୍ଚାର ଘୋଟାଲାରେ ସମ୍ପୃକ୍ତ ଥିଲେ, ତେଣୁ ତାଙ୍କୁ କଂଗ୍ରେସରୁ ବାହାର କରିଦିଆଯାଇଥିଲା । କିନ୍ତୁ ସେ ଏବଂ ତାଙ୍କ ପୁତ୍ର ସୁନୀଲ ଶର୍ମା ବିଜେପିରେ ସାମିଲ ହେବା ପରେ ତାଙ୍କ ଉପରେ ଥିବା ସବୁ ଆରୋପ ଏବେ ଖତ୍ମ ହେଇଯାଇଛି । ଏହି ସୁଖରାମଙ୍କ ଘଟଣାରେ ବିଜେପି ଏକ ସପ୍ତାହ ଧରି ସଂସଦକୁ ଚଳେଇ ଦେଇନଥିଲା ।

ହେମନ୍ତ ବିଶ୍ଵ ଶର୍ମା:

ବିଜେପିରେ ସାମିଲ ହେବା ପୂର୍ବରୁ ସେଇ ବିଜେପି, ହେମନ୍ତ ବିଶ୍ଵ ଶର୍ମାଙ୍କ ନାଁ ଆସାମର ଗୁୱାହାଟି ଡେଭଲପମେଣ୍ଟ ଡିପାର୍ଟମେଣ୍ଟ ୱାଟର ସପ୍ଲାଇ ସ୍କାମରେ ସମ୍ପୃକ୍ତ ବୋଲି ଦିଲ୍ଲୀରେ ଏକ ବୁକଲେଟ ଜାରି କରିଥିଲା । କିନ୍ତୁ ଏହାର କିଛି ଦିନ ପରେ କଂଗ୍ରେସର ଏହି ନେତା ବିଜେପିରେ ଜଏନ କରିବା ପରେ ତାଙ୍କ ଉପରେ ଥିବା ଆରୋପ ଉଠିଯାଇଥିଲା ।

ନାରାୟଣ ରାଣେ:

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ୧୯୯୯ରେ ଶିବସେନାରେ ଥିବା ସମୟରେ ନାରାୟଣ ରାଣେଙ୍କ ନାଁ ମନି ଲଣ୍ଡରିଙ୍ଗରେ ଯୋଡି ହେଇଥିଲା । ତାଙ୍କ ଉପରେ ବିଜେପି ଭ୍ରଷ୍ଟାଚର ଆରୋପ ଲଗେଇଥିଲା ମାତ୍ର ଏବେ ସେ ବିଜେପିରେ ସାମିଲ ହେବା ନେଇ ଯୋଜନା ଚାଲିଥିବା ବେଳେ ଆଇନ ତା ବାଟରେ ଯିବ ବୋଲି ବିଜେପି ତରଫରୁ ସଫେଇ ଦିଆଯାଇଛି । 
ସେହି ଚାରି ଜଣ, ଯେଉଁମାନେ ବଦନାମ ଥିଲେ କିନ୍ତୁ ବିଜେପିକୁ ଆସିବା ପରେ ପବିତ୍ର ହେଇଗଲେ: Kalinga Express ସେହି ଚାରି ଜଣ, ଯେଉଁମାନେ ବଦନାମ ଥିଲେ କିନ୍ତୁ ବିଜେପିକୁ ଆସିବା ପରେ ପବିତ୍ର ହେଇଗଲେ: Kalinga Express Reviewed by Kalinga Express on November 11, 2017 Rating: 5

No comments