ସିବିଆଇ ରିପୋର୍ଟ ଆଧାରରେ ଇତିଶ୍ରୀ ଘଟଣାର ଇତି: ମାମଲା ବନ୍ଦ କଲେ ସୁପ୍ରିମକୋର୍ଟ


ରାୟଗଡା ଜିଲ୍ଲା ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ ପୂର୍ଣଚ୍ଛେଦ ପକାଇଛନ୍ତି ସୁପ୍ରିମିକୋର୍ଟ । ସିବିଆଇର ରିପୋର୍ଟକୁ ଆଧାର କରି କୋର୍ଟ ନେଇଛନ୍ତି ଏହି ନିଷ୍ପତି । ଏହି ଘଟଣାରେ ହତ୍ୟାକାରୀର ସୁରାକ ମିଳି ନ ପାରିବାରୁ ସୁପ୍ରିମକୋର୍ଟ ଏଭଳି ନିଷ୍ପତି ନେଇଥିବା ଉଲ୍ଲେଖ କରାଯାଇଛି । ତଦନ୍ତ ଶେଷ ହୋଇ ଚୁଡାନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ଏହି ମାମଲାକୁ ଆଗକୁ ନ ନେଇ ବନ୍ଦ କରିବାକୁ ସିବିଆଇ ପକ୍ଷରୁ ଏକ କ୍ଳୋଜର ରିପୋର୍ଟ ଦାଖଲ କରଯାଇଥିଲା ।

  ତେବେ ଏଠି ଦେଶର ଏକ ସର୍ବୋଚ୍ଚ ତଦନ୍ତକରି ସଂସ୍ଥା ଅଜ୍ଞାତକାରୀକୁ ଖୋଜି ପାଇବାରେ ବିଫଳ ହେବା ନିଶ୍ଚିତ ଭାବେ ସଂସ୍ଥାର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସେତେବେଳେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ୨୦୧୩ ଅକ୍ଟୋବରରେ ଓଡିଶା ସରକାର ଏହି ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଥିଲେ । ମାତ୍ର ଅଭିଯୋଗକାରୀଙ୍କ ଜନସ୍ଵାର୍ଥ ମାମଲାର ଶୁଣାଣି କରି ୨୦୧୫ ଜାନୁଆରୀରେ ସୁପ୍ରିମକୋର୍ଟ ଏହି ମାମଲାକୁ ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ । 
ସିବିଆଇ ରିପୋର୍ଟ ଆଧାରରେ ଇତିଶ୍ରୀ ଘଟଣାର ଇତି: ମାମଲା ବନ୍ଦ କଲେ ସୁପ୍ରିମକୋର୍ଟ ସିବିଆଇ ରିପୋର୍ଟ ଆଧାରରେ ଇତିଶ୍ରୀ ଘଟଣାର ଇତି: ମାମଲା ବନ୍ଦ କଲେ ସୁପ୍ରିମକୋର୍ଟ Reviewed by Kalinga Express on November 25, 2017 Rating: 5

No comments