ନିଜକୁ ଠିକ ପ୍ରମାଣିତ କରିବାକୁ ମୋଦି ସରକାର ଉଡେଇଦେଲେ ୩୭୫୪ କୋଟି: Kalinga Express


 ଗତ ସାଢେ ୩ ବର୍ଷରେ ମୋଦି ସରକାର ନିଜର ବିଜ୍ଞାପନ ବାବଦ ଖର୍ଚ୍ଚ କରିଛନ୍ତି ୩୭୫୪ କୋଟି ଟଙ୍କା । ମୋଦି  ସରକାର ଦେଶରେ ବିମୁଦ୍ରୀକରଣ କିମ୍ବା ଜିଏସଟି ଲାଗୁ କରିବା ପରେ ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଅଭିବୃଦ୍ଧି ହାର ମଧ୍ୟ ଶତକଡା ୫.୭ କୁ ଖସି ଆସିଥିଲା । ଏସବୁ ସତ୍ବେ ବିଜ୍ଞାପନ ମାଧ୍ୟମରେ ନିଜର ଗୁଣ ଗାନ କରି କୋଟି କୋଟି ଟଙ୍କା ଉଡେଇ ଦେଇଛନ୍ତି ମୋଦି ସରକାର । ମୋଦି ସରକାର  କ୍ଷମତାକୁ ଆସିବା ପରେ ଅର୍ଥାତ ମେ ୨୦୧୪ ରୁ ଅକ୍ଟୋବର ୨୦୧୭ ମଧ୍ୟରେ ଏସବୁ ଟଙ୍କା ଗଣମାଧ୍ୟମରେ ଏବଂ ଆଉଟଡୋର ବିଜ୍ଞାପନ ମାଧ୍ୟମରେ ଖର୍ଚ୍ଚ କରାଯାଇଛି । ଏକ ଆରଟିଆଇର ଉତ୍ତରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ମିଳିଛି ଏହି ତଥ୍ୟ ।

    ଦିଲ୍ଲୀ ଗ୍ରେଟର ନୋଏଡା ଅଞ୍ଚଳର ସାମାଜିକ କର୍ମୀ ରାମବୀର ତନୱାର ଅରଟିଆଇ ମାଧ୍ୟମରେ ମଗାଇଥିଲେ ଏହି ତଥ୍ୟ । ଯେଉଁଥିରେ ଇଲେକ୍ଟ୍ରୋନିକ୍ସ ମିଡିଆ ତଥା ଟିଭି, ଇଣ୍ଟରନେଟ ଓ ମେସେଜ ମାଧ୍ୟମରେ ୧୬୫୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପ୍ରିଣ୍ଟ ମିଡିଆରେ ୧୬୯୮ କୋଟି ଏବଂ ଆଉଟଡୋର ବିଜ୍ଞାପନ ଯଥା ହୋଡିଙ୍ଗ, କ୍ୟାଲେଣ୍ଡର ଓ ବୁକଲେଟ ମାଧ୍ୟମରେ ୩୯୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣା ପଡିଛି । ଏହା ବ୍ୟତୀତ ସରକାର ପ୍ରଦୂଷଣ ସଚେତନତା ପାଇଁ ୫୬.୮ କୋଟି ଏବଂ ମନ କି ବାତ ପାଇଁ ୮.୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ଆରଟିଆଇ ଆବେଦନରୁ ଜଣା ପଡିଛି । ଏମିତିକି ସରକାର ଯେଉଁ ଟଙ୍କା ଏହି ବିଜ୍ଞାପନ ବାବଦ ଖର୍ଚ୍ଚ କରିଛନ୍ତି ତାହା ସରକାରଙ୍କ କିଛି ଗୁରୁତ୍ବପୂର୍ଣ୍ଣ ମନ୍ତଣାଳୟର ବଜେଟ ଠାରୁ ମଧ୍ୟ ଅଧିକ ରହିଛି । 
ନିଜକୁ ଠିକ ପ୍ରମାଣିତ କରିବାକୁ ମୋଦି ସରକାର ଉଡେଇଦେଲେ ୩୭୫୪ କୋଟି: Kalinga Express ନିଜକୁ ଠିକ ପ୍ରମାଣିତ କରିବାକୁ ମୋଦି ସରକାର ଉଡେଇଦେଲେ ୩୭୫୪ କୋଟି: Kalinga Express Reviewed by Kalinga Express on December 10, 2017 Rating: 5

No comments