ମୁଖ୍ୟମନ୍ତ୍ରୀ ରୁପାନୀଙ୍କ ବିପକ୍ଷରେ ଛିଡା ହୋଇଥିବା କଂଗ୍ରେସ ପ୍ରାର୍ଥୀ ଇନ୍ଦ୍ରନୀଲଙ୍କ ଉପରେ ଦାଉ ସାଧିଲା ପୋଲିସ: Kalinga Express


ଗୁଜୁରାଟ: ରାଜକୋଟ ପଶ୍ଚିମ ସିଟ ନିର୍ବାଚନୀ ମଇଦାନ ଦିନକୁ ଦିନ ସରଗରମ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ନିଦ ହଜି ଯାଇଛି ନିଜ ନିର୍ବାଚନ ମଣ୍ଡଳୀରେ । ଯେବେଠାରୁ କଂଗ୍ରେସ ଇନ୍ଦ୍ରନୀଲ ରାଜଗୁରୁଙ୍କୁ ନିଜର ପ୍ରାର୍ଥୀ ରୂପେ ସାମ୍ନାକୁ ଆଣିଛି । ଇନ୍ଦ୍ରନୀଲ ରାଜଗୁରୁ ରାଜକୋଟର ପୂର୍ବ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କୁ କଡା ଟକ୍କର ଦେବା ପାଇଁ ପଶ୍ଚିମ ସିଟରେ ପ୍ରାର୍ଥୀ ହୋଇଛନ୍ତି ।

  ମୁଖ୍ୟମନ୍ତ୍ରୀ ରୁପାନୀଙ୍କର ଏକ ଅଡିଓ ଟେପ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ସାରା ଗୁଜୁରାଟରେ ବିଜେପିର ଖରାପ ସ୍ଥିତି ସମ୍ପର୍କରେ କହୁଥିଲେ ଏବଂ ନିଜ ନିର୍ବାଚନ ମଣ୍ଡଳୀର ସ୍ଥିତି ଅଧିକ ଖରାପ ବୋଲି ମଧ୍ୟ ଭାଇରାଲ ହୋଇଥିବା ସେହି ଅଡିଓ ଟେପରେ କହିଥିଲେ । ତେବେ କଂଗ୍ରେସ କରୁଥିବା ଏକ ସଭାରେ ପୋଲିସ ଇନ୍ଦ୍ରନୀଲ ରାଜଗୁରୁ ଏବଂ କଂଗ୍ରେସ ସାଂସଦ ରାଜୀବ ସାତବଙ୍କୁ ପୋଲିସ ଖରାପ ବ୍ୟବହାର କରିଥିବା ନେଇ ସେମାନେ ଅଭିଯୋଗ କରିଥିଲେ । ସେମାନଙ୍କୁ ଥାନାକୁ ନେଇ ଅପରାଧୀଙ୍କ ଭଳି ମଧ୍ୟ ବ୍ୟବହାର କରିଥିଲା ପୋଲିସ । 

   ଏହା ପରେ କଂଗ୍ରେସ ନେତାମାନେ ପୋଲିସର ଏପରି କାରନାମାକୁ ବିରୋଧ କରିଥିଲେ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଟ୍ଵିଟରରେ ଏହାକୁ ନିନ୍ଦା କରିବା ସହ ବିଜେପି ହାରିବା ଡରରେ ଏମିତି କରୁଛି ବୋଲି କହିଥିଲେ । 
ମୁଖ୍ୟମନ୍ତ୍ରୀ ରୁପାନୀଙ୍କ ବିପକ୍ଷରେ ଛିଡା ହୋଇଥିବା କଂଗ୍ରେସ ପ୍ରାର୍ଥୀ ଇନ୍ଦ୍ରନୀଲଙ୍କ ଉପରେ ଦାଉ ସାଧିଲା ପୋଲିସ: Kalinga Express ମୁଖ୍ୟମନ୍ତ୍ରୀ ରୁପାନୀଙ୍କ ବିପକ୍ଷରେ ଛିଡା ହୋଇଥିବା କଂଗ୍ରେସ ପ୍ରାର୍ଥୀ ଇନ୍ଦ୍ରନୀଲଙ୍କ ଉପରେ ଦାଉ ସାଧିଲା ପୋଲିସ: Kalinga Express Reviewed by Kalinga Express on December 04, 2017 Rating: 5

No comments