ପୁଣି ଚର୍ଚ୍ଚାରେ ଦାନ ମାଝୀ: Kalinga Express


ଦାନ ମାଝୀ ପୁଣି ଏବେ ଚର୍ଚ୍ଚାରେ । କଳାହାଣ୍ଡି ଭବାନୀପାଟଣା ସରକାରୀ ଡାକ୍ତରଖାନାରୁ ନିଜ ସ୍ତ୍ରୀ ର ଶବକୁ ୧୨ କିଲୋମିଟର ନିଜ କାନ୍ଧରେ ବୋହି ସାରା ବିଶ୍ଵରେ ଚର୍ଚ୍ଚିତ ହୋଇଥିଲେ । ଏହି ଘଟଣାକୁ ଏ ଦୁନିଆ ସେତେବେଳେ ନିନ୍ଦା ମଧ୍ୟ କରିଥିଲା । ଚାରି ଦିଗରୁ ତାଙ୍କ ପାଇଁ ସାହାଯ୍ୟ ସହଯୋଗର ହାତ ବଢାଇଥିଲେ ବହୁ ବିଶିଷ୍ଠ ବ୍ୟକ୍ତି । ଆଜି ପୁନର୍ବାର ସେହି ଦାନ ମାଝୀ ଚର୍ଚ୍ଚାକୁ ଆସିଛନ୍ତି ।

   ଏବେ କିଣିଥିବା ଏକ ନୂତନ ମୋଟରସାଇକେଲକୁ ନେଇ ପୁଣି ସେ ଚର୍ଚ୍ଚାରେ । ବଦଳି ଯାଇଛି ସମୟ ଏବଂ ମନରୁ ଦୂର ହେଇଛି ସେଇ ବିଗତ ଦିନର ଦୁଖ କଷ୍ଟ ଭରା ଦିନ ଗୁଡିକ । ଏବେ ନିଜକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଆଗେଇ ଆସିଛନ୍ତି ସେଇ ଚର୍ଚ୍ଚିତ ଚେହେରା ଦାନ ମାଝୀ ।
ପୁଣି ଚର୍ଚ୍ଚାରେ ଦାନ ମାଝୀ: Kalinga Express ପୁଣି ଚର୍ଚ୍ଚାରେ ଦାନ ମାଝୀ: Kalinga Express Reviewed by Kalinga Express on December 05, 2017 Rating: 5

No comments