ଉତ୍ତରପ୍ରଦେଶ ମହାନଗର ପୌର ନିର୍ବାଚନ: ପ୍ରାର୍ଥୀଙ୍କ ନିଜ ଭୋଟ ବି ଇଭିଏମରୁ ଗାୟବ, ମିଳିଲା ଶୂନ

ସବାନା, ସ୍ଵାଧୀନ ପ୍ରାର୍ଥୀ
ଟ୍ଵିଟରରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ଉତ୍ତରପ୍ରଦେଶ ସାହାରାନପୁର ଜଣେ ସ୍ଵାଧୀନ ପ୍ରାର୍ଥୀ ସବାନା ଇଭିଏମରେ ନିଶ୍ଚିତ ଭାବେ ତ୍ରୁଟି ରହିଥିବା ନେଇ ଅଭିଯୋଗ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ତାଙ୍କ ନିଜ ପରିବାର ଏବଂ ସେ ନିଜେ ଦେଇଥିବା ଭୋଟ ମଧ୍ୟ ଗାଏବ୍ ହେଇଗଲା ଇଭିଏମରେ, ଯାହା ଫଳରେ ତାଙ୍କୁ କୌଣସି ବି ଗୋଟିଏ ହେଲେ ଭୋଟ ମିଳିନାହିଁ । ଯାହା ତାଙ୍କୁ ଏବଂ ତାଙ୍କ ପରିବାର ସହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଏବଂ ଚକିତ କରିଛି । ତାଙ୍କ ସ୍ଵାମୀ ମଧ୍ୟ ସମାନ ଅଭିଯୋଗ କରିଛନ୍ତି, ସେ ମଧ୍ୟ ଦେଇଥିବା ଭୋଟ କେଉଁଆଡେ ଶୂନ୍ୟ ହେଇଗଲା ବୋଲି ପ୍ରଶ୍ନ କରିଛନ୍ତି ।

   
   ଆଜତକ ଜର୍ନାଲିଷ୍ଟଙ୍କ ଦ୍ଵାରା ପଚରାଯାଇଥିବା ଏହି ଭିଡିଓରେ ସେ କହିଛନ୍ତି ତାଙ୍କ ପରିବାରର ୩ ଖଣ୍ଡ ଭୋଟ ସହ ତାଙ୍କୁ ନିଶ୍ଚିତ ଭାବେ ୯୦୦ରୁ ଅଧିକ ଭୋଟ ମିଳିଥାନ୍ତା । ମାତ୍ର କୌଣସି ଭୋଟ ମିଳିନଥିବାରୁ ସେ ଇଭିଏମ କୁ ନେଇ ଆପତ୍ତି ଉଠାଇଛନ୍ତି । ସେ କହିଛନ୍ତି "ଇଭିଏମ ମେ ସରାସର ଗଡବଡି ହେ" ।

   ଭୋଟିଂ ଦିନରୁ ହିଁ ସାହାରାନପୁର ଏବଂ ମିରଟ ସହ ବିଭିନ୍ନ ସ୍ଥାନରେ ଇଭିଏମରେ ଗଡବଡି ଥିବା ନେଇ ଅଭିଯୋଗ ହୋଇଥିଲା । ଯେଉଁଠି ବି ଭୋଟ ଦେଲେ ବିଜେପିରେ କାଉଣ୍ଟ ହେଉଥିବା ସେମାନେ କହିଛନ୍ତି । ଭୋଟର ମାନେ ମଧ୍ୟ ଭୋଟର ଲିଷ୍ଟରେ ନିଜର ନାମ ନଥିବା ନେଇ ଅଭିଯୋଗ କରିଥିଲେ । ଭୋଟିଂ ଦିନ ଆପ ନେତା ଅତୀଶ ମଲେନା ନିର୍ବାଚନ କମିଶନଙ୍କ ନିକଟରେ ସବୁ ଭୋଟ ବିଜେପିକୁ ଯାଉଥିବା ଅଭିଯୋଗ କରିଥିଲେ । 
ଉତ୍ତରପ୍ରଦେଶ ମହାନଗର ପୌର ନିର୍ବାଚନ: ପ୍ରାର୍ଥୀଙ୍କ ନିଜ ଭୋଟ ବି ଇଭିଏମରୁ ଗାୟବ, ମିଳିଲା ଶୂନ ଉତ୍ତରପ୍ରଦେଶ ମହାନଗର ପୌର ନିର୍ବାଚନ: ପ୍ରାର୍ଥୀଙ୍କ ନିଜ ଭୋଟ ବି ଇଭିଏମରୁ ଗାୟବ, ମିଳିଲା ଶୂନ Reviewed by Kalinga Express on December 01, 2017 Rating: 5

No comments