ପଣ୍ଡା ବାବୁଙ୍କ ଓଡ଼ିଶା ପ୍ରତି ନୈତିକତା ନା ବିଶ୍ୱାସଘାତକତା #Baijayanta Panda


ବୈଜୟଂତ ପଣ୍ଡା ଦେଶର ଜଣେ 18 ବର୍ଷ ଧରି ବିଜେଡିରୁ  ସାଂସଦ ରହିଥିବା ବରିଷ୍ଠ ନେତା ଭାବରେ ବେଶ୍ ଜଣାଶୁଣା,ବିଜୁ ଜନତା ଦଳ ର ଗଠନ ରେ ପଂଡା ବାବୁ ବଡ ଭୁମିକା ଗ୍ରହଣ କରିଥିଲେ ବୋଲି କୁହାଯାଏ କିନ୍ତୁ ଆଜି ସେହି ବିଜେଡି ଦଳ ଉପରେ ଏକ ଜାତୀୟ ଗଣମାଧ୍ୟମ ରେ ଖାଲି ବର୍ଷି ଚାଲିଛନ୍ତି,ଆଜି କଣ ହେଲା ପଣ୍ଡା ବାବୁଙ୍କର? ଓଡ଼ିଶାରେ 7 ଟୀ  ଚାନେଲ୍ ରଖିଥିବା ଏହି ପଂଡା ବାବୁ କୁଆଡେ ତାଂକ ମିଡ଼ିଆ ମାଧ୍ୟମରେ ଲୋକଙ୍କୁ କହୁଛନ୍ତି କୁଆଡେ ଏବେ ବିଜେଡି ର ଶାସନ   ନବୀନଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିୟା ଚଳାଉଛନ୍ତି,ପୁଣି ଆହୁରି ବି କହୁଛନ୍ତି ସେ ପାଣ୍ଡିୟା ଦଳ ପାଈଁ ବି ଟିକେଟ ବିକ୍ରୀ କରି ପଇସା ଆଦାୟ କରୁଥିଲେ
 ଏବେ ଜାଣିବା ଏ ପାଣ୍ଡିୟା କିଏ? 2000 ମସିହାର IAS ଅଫିସର୍ ହେଲେ ପାଣ୍ଡିୟା ବହୁ ବର୍ଷ ଗଞ୍ଜାମ ର ଜିଲ୍ଲାପାଳ ହେଲାପରେ 2011 ମସିହାରେ ନବୀନଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ହେଲେ ତା ମାନେ 2014 ମସିହାରେ ପାଣ୍ଡିୟା ଟିକେଟ ବିକ୍ରୀ କରି ଥିଲେ ବୋଧେ,ତେବେ ଆଜି ପ୍ରଶ୍ନ ଘେରରେ ପଣ୍ଡା ପାଣ୍ଡିୟା ରହସ୍ୟ?* ଯଦି 2014 ରେ ପାଣ୍ଡିୟା ଟିକେଟ ବିକ୍ରୀ କରୁଥିଲେ ତେବେ ବୈଜୟଂତଙ୍କୁ ମାଗଣାରେ କେନ୍ଦ୍ରାପଡା ଭଳି ସୁରକ୍ଷିତ ଆସନରୁ ଟିକେଟ ଦେଲେ କେମିତି?
 * ଯଦି ବି ପଂଡା ବାବୁ ଟିକେଟ କିଣିଥିଲେ ତେବେ ସେତେବେଲେ ସେ ଓ ତାନକ ଗଣମାଧ୍ୟମ ଚୁପ୍ ହେଇ ବସିଥିଲେ କେମିତି କଣ କୌଣସି କଳା କାମ କରି ପଇସା ଉପାର୍ଜନ କରୁଥିଲେ କି?
 * ଯଦି ସେତେବେଳ ଚୁପ୍ ରହିଲେ ଏବେ ପାଟି ଖୋଲିବାର କାରଣ କଣ? କଣ ଏହି ଭିତରେ ରହିଛି କୌଣସି ରାଜନୈତିକ ଷଡଯନ୍ତ୍ର?
 * କଣ ଅନ୍ୟ କୋଉ ଦଳ ଆଜି କାଲି ପଣ୍ଡା ବାବୁଙ୍କୁ ବାସୁଛି କି?ତେବେ ପଣ୍ଡା ବାବୁଙ୍କର ଆଜିକାଲି   ଲକ୍ଷଣ ଠିକ୍ ଦେଖାଜାଉନି, ଆଜିକାଲି ଓଡିଶାକୁ କେନ୍ଦ୍ରର ଅଣଦେଖା ପାଇଁ ରାଜ୍ୟ ବିଜେପି ବ୍ୟତୀତ ସବୁଦଳ ଏକାଠି ହେଇଥିବା ବେଳେ ପଣ୍ଡାଙ୍କ ପଛଘୁଂଚା କାହିଁକି? ଆଜି ଆମ ତରଫରୁ ପଣ୍ଡା ବାବୁଙ୍କ ପାଇଁ କିଛି ପ୍ରଶ୍ନ
*ଓଡିଶାର ସ୍ୱାର୍ଥ ଦୃଷ୍ଟିରୁ ମହାନଦୀ ପାଇଁ ଆପଣ କେତେଥର ଲୋକସଭାରେ ପ୍ରଶ୍ନ କରିଛନ୍ତି?
 *ପୋଲାଭରମ ପ୍ରକଳ୍ପ ବିରୁଦ୍ଧରେ ଆପଣ କେତେଥର କେନ୍ଦ୍ର କୁ କହିଛନ୍ତି ଓ କେତେଥର କୋଉଠି ଲେଖିଛନ୍ତି?
* ଓଡ଼ିଶା କୁ ସ୍ୱତନ୍ତ୍ର ପାହ୍ୟା ଦେବାକୁ କେତେଥର କେନ୍ଦ୍ର ସରକାର ପାଖରେ ଅଡ଼ି ବସିଛନ୍ତି
ତେବେ ଏହି ସବୁ ଭିତରେ ଓଡିଶା ରାଜନୀତି ର ପାଣିପାଗ ବହୁତ୍ ଉଷ୍ମ ରହିଛି,ପଣ୍ଡା ବାବୁଙ୍କ ବିଜେପିକୁ ବାହାରି ସମର୍ଥନ ଓ ବିଜେପିର ବି ପଣ୍ଡା ବାବୁଙ୍କ ମନ୍ତବ୍ୟ କୁ ନେଇ ତର୍ଜାମା କଣ କିଛି ଇଙ୍ଗିତ କରୁଛି କି?
ପଣ୍ଡା ବାବୁଙ୍କ ଓଡ଼ିଶା ପ୍ରତି ନୈତିକତା ନା ବିଶ୍ୱାସଘାତକତା #Baijayanta Panda ପଣ୍ଡା ବାବୁଙ୍କ ଓଡ଼ିଶା ପ୍ରତି ନୈତିକତା ନା ବିଶ୍ୱାସଘାତକତା #Baijayanta Panda Reviewed by Rising Odisha on January 18, 2018 Rating: 5

No comments