୨୦୧୯ କେନ୍ଦ୍ରରେ ସରକାର କୁ ନ ଆସିପାରେ ବିଜେପି





ଆଜି 18 ଜାନୁଆରି 2018 ଠିକ୍ ଚାଲିଯିବା 5 ବର୍ଷ ପୂର୍ବକୁ ଓ ଆଜି ଆଲୋଚନା କରିବା ସେଦିନର ରାଜନୀତିକୁ । 2014 ମସିହାରେ ମୋଦିଙ୍କ ବିଜେପି ସାରା ଭାରତରେ 282 ସିଟ ପାଈ ଏକକ ସଂଖ୍ୟା ଗରିଷ୍ଠତା ହାସଲ କଲା । ଅବଶ୍ୟ ଆଜି ଆଉ ସେହି ଏକକ ସଂଖ୍ୟା ଗରିଷ୍ଠତା ନାହିଁ କାରଣ ବିଜେପିର ଏବେ ସଂଖ୍ୟା 274 କୁ ଖସି ଆସିଛି 3-4 ଟା ସିଟ ଏମିତିରେ ବି କଂଗ୍ରେସ ଓ ଅନ୍ୟ ଦଳ ସବୁ ଛଡ଼େଇ ନେଇ ଗଲେଣି । ଆଜିର ଦିନରେ ବିଜେପିର ନିଜର 14 ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି, ଆଜି ସାରା ଭାରତରେ କୁଆଡେ ବିଜେପି ଖେଳି ଯାଇଛି ଓ 2019 ରେ ବିଜେପିର ବିଜୟ ନିଶ୍ଚିତ କୁଆଡେ ତାଙ୍କ କୁଜିନେତା ମାନେ ଡେଙ୍ଗୁରା ପିଟୁଛନ୍ତି ହଉ ଅବଶ୍ୟ ସେମାନେ ଜାଣିନାହାନ୍ତି ରାଜନୀତି କଣ?

     ଆଜି ମୁଁ କହୁଛି ଠିକ୍ 5 ବର୍ଷ ତଳର କଥା ଜାନୁଆରି 2013, ଠିକ୍ ଏହି ଦିନ କଂଗ୍ରେସର 13 ଜଣ ମୁଖ୍ୟମନ୍ତ୍ରୀ ଥିଲେ ସେହି ମଧ୍ୟରେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଦିଲ୍ଲୀ, ହରିୟାଣା, ହିମାଞ୍ଚଳ ପ୍ରଦେଶ, କେରଳ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡରେ କଂଗ୍ରେସ ନିଜର ଆଧିପତ୍ୟ ଜାହିର୍ କରିଥିଲା ତଥାପି ଠିକ୍ ବର୍ଷକ ପରେ ଥିବା ସାଧାରଣ ନିର୍ବାଚନ ରେ ଜିଭ କାମୁଡିଲା କଂଗ୍ରେସ,ମୋ ମତରେ ଆଜି ବି ବିଜେପି ସାରା ଦେଶରେ ଭଲ ପରିସ୍ଥିତି 2019 ରେ ବିଜେପିର ବିନାଶ ଘଟିପାରେ କାରଣ ଏହି ତଲେ ଦିଆଯାଉଥିବା ରାଜ୍ୟରେ କଣ ଏତେ ସଫଳତା ସାଉଁଟି ପାରିବ? 2014 ନିର୍ବାଚନରେ ବିଜେପି ଆଣିଥିବା ଆସାମ -7/14,ବିହାର -22/40,ଛତିଶଗଡ -10/11,ଦିଲ୍ଲି -7/7,ଗୋଆ -2/2,ଗୁଜରାଟ-26/26,ହରିୟାଣା -7/10,ହିମାଞ୍ଚଲ -4/4,ଝାରଖଣ୍ଡ -12/14,କର୍ଣାଟକ -17/28,ମଧ୍ୟପ୍ରଦେଶ -27/29,ମଣିପୁର -2/2,ରାଜସ୍ଥାନ -25/25,ଉତ୍ତରପ୍ରଦେଶ -71/80 ଉତ୍ତରାଖଣ୍ଡ -5/5 କଣ ଆଉ ସଂଭବ, ତାହେଲେ ଆପଣଙ୍କୁ ଲାଗୁନୀ କି 2014 ବିଜେପିର ବିଜୟ ସଂଭବ ନୁହଁ ବୋଲି?
୨୦୧୯ କେନ୍ଦ୍ରରେ ସରକାର କୁ ନ ଆସିପାରେ ବିଜେପି ୨୦୧୯ କେନ୍ଦ୍ରରେ ସରକାର କୁ ନ ଆସିପାରେ ବିଜେପି Reviewed by Rising Odisha on January 18, 2018 Rating: 5

No comments