ବିଜେପୁରରେ ବିଜୁ ଜନତା ଦଳର ବାଜିମାତ: Kalinga Express


ଫେବୃଆରୀ ୨୪ ତାରିଖରେ ହୋଇଥିବା ବିଜେପୁର ଉପ ନିର୍ବାଚନର ଫଳାଫଳ ଆଜି ଆସିବାରେ ଲାଗିଛି l ଏହି ଫଳା ଫଳ ବିଜେଡି ସପକ୍ଷରେ ଯାଉଥିବା ଦେଖାଯାଇଛି l ଭୋଟ ଗଣତି ପରଠାରୁ ବିଜେଡି ସପକ୍ଷରେ ଟ୍ରେଣ୍ଡ ରହିଛି l ପ୍ରତି ପର୍ଯାୟରେ ବିଜେଡି ବିଜେପି ଠାରୁ ଦୁଇ ରୁ ତିନି ହଜାର ଭୋଟ ରେ ଆଗୁଆ ରହୁଥିବା ଦେଖାଯାଉଛି l ଏବେ ନବମ ପର୍ଜ୍ୟାୟ ଫଳା ଫଳ ସୁଦ୍ଧା ବିଜେଡିର ରିତା ସାହୁ
 ୫୦୦୯୫ ଖଣ୍ଡ ଭୋଟ ପାଇଁ ପ୍ରଥମ ସ୍ଥାନରେ ଥିବା ବେଳେ ବିଜେପିର ଅଶୋକ ପାଣିଗ୍ରାହୀ ୨୯୩୦୪ ଖଣ୍ଡ ବୋଟ ପାଇଁ ଦ୍ୱିତୀୟ ସ୍ଥାନରେ ଅଛନ୍ତି l ଏଠାରେ କଂଗ୍ରେସର ଶୋଚନୀୟ ପରିସ୍ଥିତି ଦେଖିବାକୁ ମିଳିଛି l କଂଗ୍ରେସର ପ୍ରଣୟ ସାହୁ ୨୬୪୩ ଖଣ୍ଡ ଭୋଟ ପାଇଁ ତୃତୀୟ ସ୍ଥାନ ରେ ଅଛନ୍ତି l ଦିନ ୧ ଟା ସୁଦ୍ଧା ପୁର୍ଣ ଫଳା ଫଳ ସାମ୍ନାକୁ ଆସିଯିବ ବୋଲି ଜଣ ପଡିଛି l
ବିଜେପୁରରେ ବିଜୁ ଜନତା ଦଳର ବାଜିମାତ: Kalinga Express ବିଜେପୁରରେ ବିଜୁ ଜନତା ଦଳର ବାଜିମାତ: Kalinga Express Reviewed by Kalinga Express on February 28, 2018 Rating: 5

No comments