କଳିଙ୍ଗ ଏକ୍ସପ୍ରେସ ବିଜେପୁର ଏକ୍ଜିଟ୍ ପୋଲ୍ : ବିଜେଡି ବିପୁଳ ଭୋଟରେ ହେବ ବିଜୟୀ

ବିଜେପୁର,ଭୁବନେଶ୍ବର /ଓଡିଶା :: ସରିଛି ବିଜେପୁର ଉପନିର୍ବାଚନ,2019 ନିର୍ବାଚନ କୁ ଆଖିରେ ରଖି ସବୁ ଦଳ ପାଇଁ ଏହା ଏକପ୍ରକାର ପ୍ରମୁଖ ନିର୍ବାଚନ କହିବା ଅତୁକ୍ତୀ ହେବ ନାହିଁ। ପ୍ରଚାର ରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର୍ ଦେଖିବାକୁ ମିଳିଥିଲା,ଯେହେତୁ ଓଡିଶାରେ ନବୀନ ଅପ୍ରତିଦ୍ୱଂଦ୍ୱୀ ନେତା ସମସ୍ତ ଜାତୀୟ ଗଣମାଧ୍ୟମ ରେ ପରିଚିତ ନିଜର ସମ୍ମାନ ରଖିବାକୁ ବିଜେଡି ର ସମସ୍ତ ନେତା ଅଭିନେତା ଛାତ୍ର ଗୋଷ୍ଠି ଓ ଯୁବ ଗୋଷ୍ଠୀ ବିଜେଡ଼ି କୁ ବିଜୟୀ କରିବା ପାଇଁ ଲାଗିପଡ଼ି ଥିଲେ. ବିଜେପି ଭି ଏଠି ପ୍ରଚାର ରେ ଥମି ଯାଇ ନଥିଲା ଗୋଟେ ମୁଖ୍ୟମଂତ୍ରୀଙ୍କୁ ସାମ୍ନା କରିବା ପାଇଁ ଆସିଲା ମାଲ ମାଳ କେନ୍ଦ୍ର ମଂତ୍ରୀ ଓ ମାଳ ମାଳ ଅଭିନେତା,କଂଗ୍ରେସ ର ଏହି ବିଜେପୁର 15 ବର୍ଷର ଗଡ ଭାବେ ପରିଚିତ ହେଇଥିଲେ ମଧ୍ୟ ପ୍ରଚାର ରେ କୌଣସି କେନ୍ଦ୍ରରୁ ନେତାଙ୍କୁ ଦେଖିବାକୁ ମିଳିନଥିଲା ଗୁଜରାଟ ମଧପ୍ରଦସ ରାଜସ୍ଥାନ ରେ ନିଜ ସ୍ତିତୀ ଭଲ କରିବାକୁ ଚେଷ୍ଟା କରୁଥିବା କଂଗ୍ରେସ ଓଡିଶାରେ ବିଜେପିକୂ ଓ ବିଜେଡ଼ି କୁ ଭିତିରି ସାହାଯ୍ୟ କରୁଥିବା କୁହାଯାଇପାରେ ,

ବିଜେପୁର 3 ବ୍ଲକ୍ ଓ 1 NAC  ର ସମସ୍ତ ୱାର୍ଡ କୁ ନେଇ କଳିଙ୍ଗ ଏକ୍ସପ୍ରେସ ତରଫରୁ ହେଇଥିବା ଏହି ସର୍ଭେ ରେ ଜାଣିବାକୁ ମିଳିଲା କି ବିଜେଡି ଏଠି ପୂର୍ଣ ବହୁମତ ହାସଲ କରିବାକୁ ଜାଉଛି, ଯେହେତୁ 2. 21 ଲକ୍ଷ  ଭୋଟର ବିଶିଷ୍ଠ ବିଜେପୁର ରେ  1.59 ଲକ୍ଷ ଭୋଟର ମତଦାନ କରିଛନ୍ତି ସେଥିରୁ ଜଣାପଡିଛି କି 49000-53000 ଭୋଟ୍ ବିଜେପିର ଅଶୋକ ପାଣିଗ୍ରାହୀଙ୍କ ପାଖକୁ ଜିବ,57000-62000 ଭୋଟ୍ ବିଜେଡ଼ି ର ଋତା ସାହୁଙ୍କ ପାଖକୁ ଯାଉଥିଲା ବେଳେ 45000-48000 ଭୋଟ୍ କଂଗ୍ରେସ ହାତେଈବାରେ ସମର୍ଥ ହେବ,

ବାକି ରହିଲା 28 ତାରିଖକୁ ଅପେକ୍ଷା କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ,କୁହାଯାଉଛି ଏହା କୁଆଡେ ସବୁ ଦଳ ପାଇଁ ସମ୍ମାନ ର ପ୍ରଶ୍ନବାଚୀ?ଏହି ନିର୍ବାଚନ ପରେ ବିଜେଡି ନେତା ପ୍ରଦୀପ ମହାରଥୀ ନିଜର ରାଜନୈତିକ ଜୀବନର ଏକ ଗୁରୁତ୍ବପୂର୍ଣ ନିଷ୍ପତି ନେବେ ଏପଟେ କୁହାଯାଉଛି ଧର୍ମେନ୍ଦ୍ର ପ୍ରଧାନଙ୍କ କେନ୍ଦ୍ର ମଂତ୍ରୀ ପଦ ଚାଲିଯାଇପାରେ
କଳିଙ୍ଗ ଏକ୍ସପ୍ରେସ ବିଜେପୁର ଏକ୍ଜିଟ୍ ପୋଲ୍ : ବିଜେଡି ବିପୁଳ ଭୋଟରେ ହେବ ବିଜୟୀ କଳିଙ୍ଗ ଏକ୍ସପ୍ରେସ ବିଜେପୁର ଏକ୍ଜିଟ୍ ପୋଲ୍ : ବିଜେଡି ବିପୁଳ ଭୋଟରେ ହେବ ବିଜୟୀ Reviewed by Rising Odisha on February 25, 2018 Rating: 5

No comments