ଟଙ୍କା ଆଗରେ ହାର୍ ମାନିଲା ଶାନ୍ତ, ସରଳ ଓ ବିନମ୍ରତା : Kalinga Express



ଧନୀ, ଗରିବ, ସ୍ଵଚ୍ଛତା ଏବଂ ନମ୍ରତା...... ଏବେକାର ରାଜନୀତିରେ ଏ ସବୁର ମାନେ କିଛି ନାହିଁ । ସଦ୍ୟ ସମାପ୍ତ ତିନି ରାଜ୍ୟ ମେଘାଳୟ, ନାଗାଲାଣ୍ଡ ଓ ତ୍ରିପୁରାର ନିର୍ବାଚନୀ ଫଳାଫଳ ତାହା ପ୍ରମାଣ କରୁଛି । ବିଶେଷ କରି ତ୍ରିପୁରାର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଏବଂ ଚକିତ କରିଛି ।

ତ୍ରିପୁରାରେ ବାମପନ୍ଥୀ ସରକାରକୁ ପଛରେ ପକାଇ ବିଜେପି ବାଜିମାତ୍‌ କରିଛି । ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାର ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ । ନା ତାଙ୍କର ନିଜର ଘର ଅଛି ନା ଅଛି କାର୍ । ଏମିତିକି ମୋବାଇଲ୍ ଖଣ୍ଡେ ମଧ୍ୟ ନାହିଁ । ସମସ୍ତ ସମ୍ପତିର ମୁଲ୍ୟ ଦେଖିବାକୁ ଗଲେ ୨୦ ଲକ୍ଷରୁ କମ୍ । ମାଣିକ ସରକାର କେବଳ ଗରିବ ନଥିଲେ, ସେ ଥିଲେ ଜଣେ ସ୍ଵଚ୍ଛ, ନମ୍ର ଏବଂ ନିର୍ମଳ ବ୍ୟକ୍ତିତ୍ଵ । ସେଭଳି ଶାନ୍ତ ସରଳ ନିରୀହ ଲୋକ ଠାରୁ ଚୌକି ଚାଲିଗଲା । କ'ଣ ହେଇପାରେ ଏହାର କାରଣ ? ଯେଉଁଥିପାଇଁ ଶୂନ୍ୟ ହସ୍ତରୁ ବିଜେପି ଆଜି ୪୩ ଟି ଆସନ ପାଇ ସରକାର ଗଢିବାକୁ ବସିଛି । କାହିଁକି ଆଜି ବାମପନ୍ଥୀ ସରକାରର ଅବସାନ ଘଟିଛି ?

ସାମାଜିକ ଗଣ ମାଧ୍ୟମରୁ କିଛି କାରଣ :

କାରଣ ଏମାନଙ୍କ ପାଖେ -:

(1) ଛୋଟେ ମୋଦି, ମେହୁଲ ଭାଇ, କାନ୍ଧରେ ହାତ ପକାଉଥିବା ଅମ୍ବାନୀ, ୪୫ ଡିଗ୍ରୀ ନଇଁ ପଡି ଯାହାଙ୍କ ସହଧର୍ମିଣୀଙ୍କୁ ପ୍ରଣିପାତ କରାଯାଏ, ସେହି ଆଦାନୀ ଇତ୍ୟାଦିଙ୍କ ଅର୍ଥ ନାହିଁ ।

2)ଏମାନେ ଧାର୍ମିକଭାବନାକୁ ରାଜନୈତିକ ଲାଭ ପାଇଁ ବ୍ୟବହାର କରନ୍ତି ନାହିଁ ।

3) କେବଳ ମିଛ ପ୍ରତିଶୃତି ଦିଅନ୍ତି ନାହିଁ ।

4) ସାଂବିଧାନିକ ପଦବୀଧାରୀଙ୍କୁ ଦଳ ପାଇଁ ଅପବ୍ୟବହାର କରିବାର କଳା ଏମାନଙ୍କ ପାଖେ ନାହିଁ ।

5) ଭୋଟ ପାଇଁ ସଂପୂର୍ଣ ବିପରିତ ରାଜନୈତିକ ଆଦର୍ଶବାଲା ଓ ଦେଶ ବିରୋଧୀ ଶକ୍ତିମାନଙ୍କୁ କୋଳାନ୍ତି ନାହିଁ ।

6) U-TURN ନିଅନ୍ତି ନାହିଁ-FDI/GST/EVM/ADHAR ENROLLMENT etc.

7) ଖାଲି ମିଛ କହୁଥିବା  ଉଚସ୍ୱର ବକ୍ତା ନାହାନ୍ତି ।

8) ଇଭିଏମ hacking expert ନାହାନ୍ତି ।

ବିଜେପି ଜିତିବାରେ ଏ ସବୁର କିଛି ସମ୍ପୃକ୍ତି ନାହିଁକି ?
ଟଙ୍କା ଆଗରେ ହାର୍ ମାନିଲା ଶାନ୍ତ, ସରଳ ଓ ବିନମ୍ରତା : Kalinga Express ଟଙ୍କା ଆଗରେ ହାର୍ ମାନିଲା ଶାନ୍ତ, ସରଳ ଓ ବିନମ୍ରତା : Kalinga Express Reviewed by Kalinga Express on March 04, 2018 Rating: 5

No comments