ଗୋମୁଣ୍ଡିଆ ଗ୍ରାମରେ ପୁରୁଷ ଆଗରେ ମହିଳା ସାଜିଲେ ଉଦାହରଣ

କୃଷ୍ଣପ୍ରସାଦ: ମହିଳାଙ୍କ ହାତରେ ଫାଉଡା ସାଙ୍ଗକୁ ଝୁଡି ପୁଣି ଦଳ ବାହାର କରିବା ପାଇଁ ଜାଲ ସାଙ୍ଗକୁ ବାଉଂଶ ଏମାନେ କୋଉ ଦିନ ମଜୁରିଆ ମହିଳା ଶ୍ରମିକ ନୁହନ୍ତି ଏମାନେ କେବେ ମଜୁରୀ ଖଟିବାକୁ କେବେ ଯାଆନ୍ତି ନାହିଁ ତଥାପି ଘରର ଚାରି କୋଣରୁ ବାହାରି ହାତରେ ଧରିଛନ୍ତି ସଫେଇ ର ଦାୟିତ୍ୱ.ଶିକ୍ଷିତ ଓ ମଧ୍ୟମ  ସମ୍ଭ୍ରାନ୍ତ ପରିବାରର ବୋହୁ ହେଲେ ମଧ୍ୟ ଆଜି ତାଙ୍କ ହାତରେ ରହିଛି ଫାଉଡା ଓ କାତି

          ୨ ଦିନ ଧରି କୃଷ୍ଣପ୍ରସାଦ ବ୍ଲକ୍ ର ଗୋମୁଣ୍ଡିଆ ପାଇକସାହି ଗ୍ରାମରେ ସମସ୍ତ ମହିଳା ଏକତା ବଜାଇ ରଖି ନିଜ ଗ୍ରାମକୁ ସଫେଇ କରିବାରେ ଲାଗିପଡ଼ିଛନ୍ତି,ରାଜନୈତିକ ଓ ଅନ୍ୟାନ୍ୟ ଦୃଷ୍ଟି କୋଣରୁ ଗ୍ରାମର ପୁରୁଷ ମାନେ ଏକାଠି ହେଇ କାମ କରିପାରୁ ନଥିଲେ ମଧ୍ୟ କାଲି ମହିଳା ମାନେ ଏକାଠି ହେଇ ନିଜ ଗ୍ରାମର ପୋଖରୀ ପ୍ରଥମେ ସଫା କରିଥିଲେ,୪ ମାସ ଧରି ଅକର୍ମଣ୍ୟ ହେଇ ପଡିଥିବା ନିଜ ଗ୍ରାମର ପୋଖରୀରୁ ଦଳ ବାହାର କରିଥିବା ବେଲେ ଆଜି ସମସ୍ତ ଅଳିଆ ସଫା କରିବା ସହ ଆସନ୍ତା କାଲି ଗ୍ରାମର ଅନ୍ୟ ଏକ ପୋଖରୀ ସଫା କରିବାର ନିସ୍ଫତ୍ତୀ ନେଇଛନ୍ତି.ଆଜି ମହିଳା ମାନଙ୍କର ଏମିତି କାମ ଦେଖି ସବୁ ମହଲରୁ ପ୍ରଶଂସା ର ସୁଅ ଛୁଟୀଛି.ସମସ୍ତ ପୁରୁଷ ମଧ୍ୟ ଆଜି ମହିଳା ମାନଙ୍କର ଏହି କାମରେ ଆଚମ୍ବିତ ହେଇଛନ୍ତି ଏହି ସଫେଇ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ସମସ୍ତ ମହିଳା ସୁଚନା ଦେଇଛନ୍ତି


ଗୋମୁଣ୍ଡିଆ ଗ୍ରାମରେ ପୁରୁଷ ଆଗରେ ମହିଳା ସାଜିଲେ ଉଦାହରଣ ଗୋମୁଣ୍ଡିଆ ଗ୍ରାମରେ ପୁରୁଷ ଆଗରେ ମହିଳା ସାଜିଲେ ଉଦାହରଣ Reviewed by Rising Odisha on May 18, 2018 Rating: 5

No comments